ବନ୍ଧୁଗଣ ଏହି ଦୁନିଆରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଠାକୁର ବିଶ୍ୱାସୀ ଅଟନ୍ତି |ଆମେ ପ୍ରତ୍ୟେକ ଦିନ ଆମର ବ୍ୟସ୍ତ ଜୀବନରୁ କିଛି ସମୟ ଠାକୁର ପୂଜା କିମ୍ବା ଭଜନରେ ଦେଉଥାଉ |ମୁଁ ଆଜି ଆପଣକୁ ଏକ ମନ୍ତ୍ର ବିଷୟରେ କହିବି ଯାହା ଅତି ସହଜରେ ଆପଣ କହିପାରିବେ ଏଥିପାଇଁ ଆପଣକୁ କୌଣସି ସିଦ୍ଧି ହାସଲ କରିବାପାଇଁ ପଡ଼ିବନି, ଆପଣ ଏହି ମନ୍ତ୍ର ଯେକୌଣସି ଅଶୁଵିଧା ରେ ପଡ଼ିଥିଲେ କିମ୍ବା କୌଣସି ସମସ୍ୟା ଥିଲେ ଏହାକୁ ଉଚ୍ଚାରଣ କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟର ସମାଧାନ ହୋଇଯାଏ |ଏହା ସାୟଂ ସିଦ୍ଧ ଅଟେ, ଏହିମନ୍ତ୍ର ଜପ କରିବାର କୌଣସି ସମୟସୀମା ନଥାଏ, ଏହି ମନ୍ତ୍ରକୁ ଆପଣଙ୍କ ଭକ୍ତିର ସହିତ ଜପକଲେ ଆପଣଙ୍କ ଜୀବନରୁ ସବୁ ଦୁଃଖ ଦୂର କରିଦିଏ |
ଏହି ମନ୍ତ୍ର ଏକ ଶକ୍ତିଶାଳୀ ମନ୍ତ୍ର ଅଟେ, ଏହି ମନ୍ତ୍ରକୁ ଆପଣ ଯେତେବେଳେ ଆପଣଙ୍କ ଜୀବନରେ ସାମିଲ କରିବେ ସେତେବେଳେ ଆପଣଙ୍କ ଜୀବନରେ ଏକ ନୂତନ ମୋଡ ସୃଷ୍ଟି ହେବ |ଏହି ମନ୍ତ୍ରଟି ହେଉଛି ମହାବୀର ହନୁମାନଙ୍କର, ସେ ଭାରି ଦୟାଳୁ ଅଟନ୍ତି |ଭକ୍ତମାନଙ୍କ ଦୁଃଖ ସେ ସର୍ବଦା ବୁଝନ୍ତି ସେ ଭକ୍ତମାନଙ୍କ ଉପରେ ସର୍ବଦା ପ୍ରସନ୍ନ ରୁହନ୍ତି |ପ୍ରଭୁ ହନୁମାନଙ୍କର ଏହି ମନ୍ତ୍ର “ଓଁ ଅୟଂ ହିଂ ହନୁମତେ ଶ୍ରୀ ରାମଦୁତାୟ ନମଃ ” |ଏହି ମନ୍ତ୍ରକୁ ଆପଣ ମାନେ ରଖି ପ୍ରତିଦିନ ଶୋଇବା ପୂର୍ବରୁ ଏହାକୁ ଦୁଇଥର ପାଠ କରନ୍ତୁ,ଦେଖିବେ ଏହାର ଶୁଭ ଫଳ ଆପଣକୁ ନିଶ୍ଚିତ ମିଳିବ |ଯଦି ଆପଣ ଏହାକୁ ମନେରଖି ପାରୁନାହାନ୍ତି ତେବେ ଆପଣ ଏହାକୁ କାଗଜରେ ଲେଖି ତାହାକୁ ଦେଖି ମଧ୍ୟ୍ୟ ପଢ଼ିପାରିବେ |
ପ୍ରତିଦିନ ସକାଳ ଆପଣ ଯଦି କୌଣସି ସ୍ଥାନକୁ ବାହାରି ଯାଉଛନ୍ତି ତେବେ ଆପଣ ଏହି ମନ୍ତ୍ର ଦୁଇଥର ପଢି ଭଗବାନଙ୍କୁ ଗୋଟିଏ ମୁଣ୍ଡିଆ ମାରି ଘରୁ ବାହାରନ୍ତୁ, ଏହାଦ୍ୱାରା ଆପଣ ସମସ୍ତ କାର୍ଯ୍ୟ ଶୁଭ ହେବ |ଏହି କ୍ଷୁଦ୍ର ମନ୍ତ୍ରଟିକୁ ଆପଣ ନିଜର ଜୀବନ ଚାର୍ଯ୍ୟାରେ ଯଦି ସାମିଲ କରନ୍ତି ତେବେ ଆପଣ ଏହାର ଗଭୀର ପରାକାଷ୍ଠା ନିଶ୍ଚିତ ଦେଖିପାରିବେ |ଏହି ମନ୍ତ୍ର ପାଠ କରି ଯଦି ଆପଣ ସତ କାର୍ଯ୍ୟ କିମ୍ବା ସତ ରାସ୍ତାରେ ଚାଲନ୍ତି ତେବେ ମହାବୀରଙ୍କ ଅପାର କୃପା ଆପଣଙ୍କ ଉପରେ ସର୍ବଦା ରହିବ |
ଆପଣ ଯଦି କୌଣସି ଅସୁବିଧାରେ ପଡ଼ି ଏହି ମନ୍ତ୍ର ଜପନ୍ତି ତେବେ ଆପଣଙ୍କ ଏହି ସମସ୍ୟା ହନୁମାନଙ୍କ କୃପାରୁ ଟଳିଯିବ,ଏହି ମନ୍ତ୍ରର ପ୍ରଭାବରେ ଆପଣଙ୍କ ଜୀବନରେ ଏକ ନୂତନ ମୋଡ଼ ସୃଷ୍ଟି ହେବ |ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ,ଅପଣଂକର ସମସ୍ତ ମନସ୍କାମନା ପ୍ରଭୁ ପୁରଣ କରିବେ |ଯଦି କୌଣସି କାର୍ଯ୍ୟରେ ଆପଣ ନିଯୁକ୍ତି ପାଉନାହାନ୍ତି ତେବେ ଏହି ମନ୍ତ୍ରର ପ୍ରଭାବରେ ଆପଣ କର୍ମ ନିଯୁକ୍ତି ମଧ୍ୟ ପାଇବେ,ଆପଣ ଯଦି କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣ ଏଥିରେ ଲାଭବାନ ହେବେ |ଆପଣଙ୍କ ବୈବାହିକ ଜୀବନ ଖୁସିରେ କାଟିବ, ଏହି ମନ୍ତ୍ର ଆପଣ ସକାଳ ଦୁଇଥର ପାଠ କରିବା ଦ୍ଵାରା ଆପଣ ଦିନଟିଯାକ କୌଣସି ସମସ୍ୟା ଦେଖିବାକୁ ମିଳିନଥଏ |ତେବେ ଆପଣ ଏହି ମନ୍ତ୍ରଟିକୁ ପ୍ରତ୍ୟେକ ଦିନ ପାଠ କରନ୍ତୁ ମହାବୀରଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ ଏବଂ ଆପଣଙ୍କ ଜୀବନ ଖୁସିରେ କଟିଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।