ଥାଇରଏଡ୍ ( Thyroid ) ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Swechcha

ଦର୍ଶକ ବନ୍ଧୁ ଆମ ସମସ୍ତଙ୍କ ପାଖରେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ସବୁବେଳେ ଦେଖା ଯାଇଥାଏ |ଯେମିତିକି ଆପଣ ମାନେ ଯାଇଛନ୍ତି ଥାଇରୋଏଡ଼ ରୋଗ ସମସ୍ତ ବୟସ ବ୍ୟକ୍ତି ଙ୍କୁ ଠାରେ ଏହା ଦେଖାଯାଏ | ଏହା ଦେଖିବାକୁ ପ୍ରଜାପତି ସଦୃଶ ଏହା ସାଧାରଣତଃ ଆମ ବେକ ପାଖରେ ଅଧିକ ଦେଖାଯାଏ | ପୁରୁଷ ଙ୍କ ଅପେକ୍ଷା ଏହା ମହିଳା ଙ୍କ ଠାରେ ଅଧିକ ଦେଖା ଯାଏ | ଏହା ବ୍ୟତୀତ ଛୋଟ ପିଲାଙ୍କ ଠାରେ ଏହା ଦେଖା ଦେଲେ ଏହା ତାଙ୍କର ବିକାଶ ଉପରେ ପ୍ରଭାବ ପକାଇ ଥାଏ | ତେବେ ଏହାର ଚିକିତ୍ସା ଜାଣିବା ପୂର୍ବରୁ ପ୍ରଥମେ ଏହାର ଲକ୍ଷଣ ବିଷୟରେ ଜାଣିବାକୁ ହେବ ଦେଲେ ଯାଇ ଏହାର ଚିକିତ୍ସା ହେଇପାରିବ |

ଥାଇରଏଡ଼ ରୋଗ କେତେ ପ୍ରକାରର :-

ଥାଇରଏଡ଼ ରୋଗ ସାଧାରଣତଃ ଦୁଇ ପ୍ରକାର ଯଥା :-
1- ହାଇପ ଥାଇରଏଡିଜିମ |
2-ହାଇପର ଥାଇରଏଡିଜିମ |

ତେବେ ଏହାର ଏହି ଦୁଇଟି ଲକ୍ଷଣ ର ଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଇ ଥାଏ | ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |

1-ହାଇପ ଥାଇରଏଡିଜିମ :-

ଥାଇରଏଡ଼ ଗ୍ରନ୍ଥିରୁ ଥାଇରଏଡ଼ ହରମୋନ କମ କ୍ଷରିତ ହେଲେ ତାହାକୁ ହାଇପ ଥାଇରଏଡିଜିମ କୁହାଯାଏ | ଏହା କୌଣସି ବୟସ ର ଲୋକଙ୍କୁ ହେଇପାରେ ଜନ୍ମ ଠାରୁ ଆରମ୍ଭ କରି ଗର୍ଭବସ୍ଥା ଓ ବୃଦ୍ଧ ବୟସରେ ମଧ୍ୟ ଏହି ରୋଗ ହେଇପାରେ | ତେବେ ଏହା ଛୋଟ ପିଲାଙ୍କ ଉପରେ ବେଶି କ୍ଷତି ପହଞ୍ଚାଇଥାଏ | ଏହି ରୋଗ ହେଲେ ପିଲା ବୋକା ହେଇଯାଇ ଥାନ୍ତି | ପିଲାର ବୃଦ୍ଧି ବିକାଶ ହେଇନଥାଏ,ପିଲା ବାଙ୍ଗରା ହେଇଯାଇଥାନ୍ତି,ଜନ୍ମିତ ଶିଶୁର ନାଭି ଫୁଲି ଯାଏ,ଜନ୍ମ ହେବା ପରେ ଜଣ୍ଡିସ ହେଇଥାଏ,ଚର୍ମ ଶୁଖିଲା ଦେଖା ଯାଏ |

2- ହାଇପର ଥାଇରଏଡିଜିମ :-

ହାଇପ ଥାଇରଏଡିଜିମ ରେ ଯେଉଁ ସବୁ ଲକ୍ଷଣ ମାନ ଦେଖା ଯାଏ ତାହାର ଓଲଟା ହାଇପର ଥାଇରଏଡିଜିମର ଲକ୍ଷଣ ଦେଖାଯାଏ | ତେବେ ଏହାର ଲକ୍ଷଣ ଗୁଡିକ ହେଉଛି | ଓଜନ କମିଯିବା, ପ୍ରବଳ ଭୋକ ଲାଗିବା,ଗରମ ଦିନେ ଝାଳ ବହିବା ସହିତ ଶୀତ ଦିନେ ମଧ୍ୟ ଝାଳ ବୋହିଥାଏ | ଦିନକୁ 5 ରୁ 7 ଥର ଝାଡା ହେବ,ଆଖିର ଆକାର ବଢି ଯିବ,ଛୋଟ ଛୋଟ କଥାରେ ରାଗିଯିବା,ଓ ହାତ ଗୋଡ଼ ଥରିବା ପରି ଲକ୍ଷଣ ମାନ ସବୁ ଦେଖା ଯାଏ |

ଏହାର ଚିକିତ୍ସା :-

ଯେହେତୁ ଥାଇରଏଡ଼ ଗ୍ରନ୍ଥି ଥାଇରଏଡ଼ ହରମୋନ ତିଆରି କରିବା ଥରେ ବନ୍ଦ କରିଦିଏ ତାହାଲେ ଜୀବନ ସାରା ଆଉ ପ୍ରସ୍ତୁତ କରିପାରେ ନାହିଁ | ତେଣୁ ଜୀବନ ସାରା ଏହା ପାଇଁ ଥାଇରଏଡ଼ ଜନିତ ମେଡ଼ିସିନ ଖାଇବାକୁ ପଡିଥାଏ | ତେବେ ଏହା ପୂର୍ବରୁ TSH ନାମକ ପରୀକ୍ଷା ମଧ୍ୟ କରାଯାଏ | ତେବେ ହାଇପର ଥାଇରଏଡିଜିମ ବେଳେ ଏହା ଜୀବନ ସାରା ଏହାର ମେଡ଼ିସିନ ଖାଇବାକୁ ପଡେ ନାହିଁ | ଏହା ପାଇଁ ମାତ୍ର 2 ରୁ 3 ବର୍ଷ ମେଡ଼ିସିନ ଖାଇବାପାଇଁ ପଡିଥାଏ | ତେବେ ଏଥିରେ ମଧ୍ୟ T3, T4, TSH ନାମକ ପରୀକ୍ଷା କରାଯାଏ ତାପରେ ମେଡ଼ିସିନ ଖାଇବା ପାଇଁ ପରାମର୍ଶ ଦିଆଯାଏ |

ତେବେ ଏହା ଥିଲା ଥାଇରଏଡ ରୋଗ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment