ଠିକ ସମୟରେ ପିରିୟଡସ୍ ନହେବା – ପିସିଓଏସର ଲକ୍ଷଣ | Dr. Asha

ଦର୍ଶକ ବନ୍ଧୁ କୁହାଯାଉଛି କି ପିସିଓଏସ କାରଣ ଜାଣିବା ପୂର୍ବରୁ ପ୍ରଥମେ ଏହାର ପୁରା ନାମ କଣ ଜାଣିବା ଆବଶ୍ୟକ ତେବେ ପିସିଓଏସ ର ପୁରା ନାମ ହେଉଛି ପଲିସିଷ୍ଟିକ ଓଭାରିୟାନ ସିଣ୍ଡ୍ରୋମ | ଏହା ଏକ ହରମୋନ ଜନିତ ସମସ୍ୟା | ଏହା ପ୍ରତ୍ୟେକ ମାସ ମହିଳାଙ୍କର ଡିମ୍ବାଶୟରୁ ଗୋଟିଏ ଗୋଟିଏ ଡିମ୍ବ ବାହାରେ ଏବଂ ଏହାର 15 ଦିନ ପରେ ପରିୟଡ଼ସ ହୁଏ | ଯେହେତୁ ଏହା ଏକ ହରମୋନ ଜନିତ ସମସ୍ୟା ତେଣୁ, ଅଣ୍ଡା ଡିମ୍ବାଶୟରୁ ବାହାରେ ନାହିଁ ସେଥିପାଇଁ ପରିୟଡ଼ସ ଠିକ ସମୟରେ ହୁଏ ନାହିଁ | ଯେହେତୁ ଅଣ୍ଡା ବାହାରେ ନାହିଁ,ତେଣୁ ଫୋଲିକଲ ଫାଟେନି ଓ ସିଷ୍ଟ ତିଆରି ହେଇଯାଏ | ଏହିପରି ମାସେ ଦୁଇ ମାସ ହେଲେ ଗୋଟେ ପରେ ଗୋଟେ ସିଷ୍ଟ ତିଆରି ହେଇ ଚାଲେ ଯାହା ଅଲଟ୍ରାସାଉଣ୍ଡ ରୁ ଜଣା ପଡିଥାଏ,ଯାହାକୁ ପଲିସିଷ୍ଟିକ ଓଭାରିୟାନ ସିଣ୍ଡ୍ରୋମ କୁହାଯାଏ | ତାହେଲେ ଏହି ଭଳି ସମସ୍ୟାର କାରଣ ଓ ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା |

ପିସିଓଏସ କାରଣ କଣ?:-

ପିସିଓଏସ ଦୁଇଟି କାରଣ ରହିଛି (1) ଜେନେଟିକ (2) ପରିବେଶ ବା ଜୀବନଶୈଳି | ଦେଖନ୍ତୁ ଆଜିକା ସମୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ଘରr ଖାଇବା ଅପେକ୍ଷା ବାହାର ର ଖାଇବା କୁ ଅଧିକ ପସନ୍ଦ କରନ୍ତୁ | ରାତି ରାତି ଧରି ଅନିଦ୍ରା ରହୁଛନ୍ତି ଶାରୀରିକ ପରିଶ୍ରମ କରୁନାହାନ୍ତି | ଯାହା ଦ୍ୱାରା ମହିଳାଙ୍କ ଠାରେ ଏହି ପିସିଓଏସ ସମସ୍ୟା ଅଧିକ ଦେଖା ଯାଏ |

ଗର୍ଭବସ୍ଥା ଓ ଋତୁଶ୍ରାବ ଉପରେ ପିସିଓଏସ ର ପ୍ରଭାବ :-

ପିସିଓଏସ ଯୋଗୁଁ କେଶ ଝଡ଼ିବା ଅତ୍ୟଧିକ କେଶ ଉଠିବା ବ୍ରଣ ହେବା,ଭଳି ସମସ୍ୟା ଦେଖା ଦିଏ | ଏହା ବ୍ୟତୀତ ଏହାର ପ୍ରଭାବ ଗର୍ଭଧାରଣ ଉପରେ ମଧ୍ୟ ପଡିଥାଏ | ପିସିଓଏସ ଯୋଗୁଁ ଓଭାରୀରେ ବହୁତ ଗୁଡିଏ ଅଣ୍ଡା ଥାଏ ହେଲେ ଅଣ୍ଡା ର ମାନ ନିମ୍ନ ମାନର ହେଇଥାଏ | ଯାହା ଫଳରେ କୁହାଯାଏ ଯେ ମା ହେବାର ପ୍ରାକୃତିକ ସମ୍ଭାବନା କମି ଯାଏ |

ପିସିଓଏସ ର ଲକ୍ଷଣ :-

ପିସିଓଏସ ହେବା କାରଣ ଯୋଗୁଁ ଋତୁଶ୍ରାବ ର ଅନିୟମିତତା ଦେଖା ଦେଇଥାଏ | ଏହି ସମୟରେ ମହିଳାଙ୍କର ଅଧିକ ରକ୍ତସ୍ରାବ ହେଇଥାଏ, ଓ କେତେକ ଙ୍କ ଏହା କମ ଦେଖାଯାଏ | ଏହା ବ୍ୟତୀତ ମୁଣ୍ଡବିନ୍ଧା ଓ ବନ୍ଧ୍ୟାଦୋଷ ଭଳି ସମସ୍ୟା ମଧ୍ୟ ଦେଖା ଦିଏ |

ବିଭିନ୍ନ ବୟସ ଉପରେ ପିସିଓଏସ ପ୍ରଭାବ :-

ଯେତେବେଳେ ଝିଅ ମାନଙ୍କର ପ୍ରଥମ ଥର ପରିୟଡ଼ସ ଆରମ୍ଭ ହୁଏ | ସେତେବେଳେ ସେମାନଙ୍କ ଠାରେ ବର୍ଷେ ପର୍ଯ୍ୟନ୍ତ ଋତୁସ୍ରାବର ଅନିୟମିତତା ଦେଖା ଦେବା ସ୍ଵଭାଵବିକ ବୋଲି କୁହାଯାଏ | ହେଲେ ଏହା ଯଦି ମଧ୍ୟମ ବୟସର ଝିଅ ଙ୍କ ଠାରେ ଦେଖା ଯାଏ ତାହାଲେ ଗର୍ଭ ନ ରହିବା ଭଳି ସମସ୍ୟା ଦେଖା ଦିଏ |

ପିସିଓଏସ କୁ ଚିନ୍ହିବେ କେମିତି :-

ଏହା ସାଧାରଣତଃ ମହିଳାଙ୍କ ସମସ୍ୟା କୁ ଦେଖି ଜାଣି ହୁଏ ଯେ ପିସିଓଏସ ଅଛି କି ନାହିଁ | ଏହା କୌଣସି ଲକ୍ଷଣ ନାହିଁ ହେଲେ ଏହା ଅଛି ବୋଲି ଡାକ୍ତର କୋହନ୍ତି |

ପିସିଓଏସର ଚିକିତ୍ସା :-

ଏହାର ପ୍ରଥମ ଚିକିତ୍ସା ହେଉଛି ଜୀବନଶୈଳିର ପରିବର୍ତ୍ତନ | ଯେମିତିକି ଭାତ, ରୁଟି,ମୋଇଦା, ଆଳୁ, ଚିନି,କ୍ଷୀର ରେ ତିଆରି ଖାଦ୍ୟ କମ ଖାଇବା | ରାତି ଅନିଦ୍ରା ରହିବା ଉଚିତ ନୁହେଁ | କାରଣ ଅନିଦ୍ରା ରହିବା ଦ୍ୱାରା ହରମୋନ ଅସନ୍ତୁଳିତ ବଡ଼ିଥାଏ ଯାହା ଦ୍ୱାରା ବହୁତ ସମସ୍ୟା ମଧ୍ୟ ହେଇଥାଏ | ସେଥିପାଇଁ ପ୍ରଚୁର ପରିମାଣର ଶୋଇବା ଆବଶ୍ୟକ | ଏହା ସହିତ ସକାଳେ ବ୍ୟୟାମ କରିବା ଓ ଡାକ୍ତର ଙ୍କ ପରାମର୍ଶ ରେ କିଛି ଔଷଧ ସେବନ କରିବା | ତେବେ ଏହା ଥିଲା ପିସିଓ ଏସ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment