Toothache Remedies – କେବଳ ୧ ମିନିଟରେ ( ଦାନ୍ତବିନ୍ଧା, ପୋକ ଦାନ୍ତ, ମାଢ଼ିଫୁଲା, ପାଇରିଆ ) ଗ୍ୟାରେଣ୍ଟି ଭଲ ହେବ, କରନ୍ତୁ ଏହି ଛୋଟିଆ ଉପାୟ..

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ରହିଛି | ଆଉ ଯେଉଁ ସମସ୍ୟା କୁ ନେଇକି ଆମେ ମାନେ ଅନେକ ସମୟରେ ଚିନ୍ତିତ ମଧ୍ୟ ରହିଥାଉ | ତେବେ ଆଜି ଆମେ ଯେଉଁ ସମସ୍ୟା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଦାନ୍ତ ଜନିତ ସମସ୍ୟା | ଦାନ୍ତ ରେ ପୋକ ଲାଗିଵା, ବିନ୍ଧା ହେବା, ମାଢି ଫୁଲିବା ଵା ପାଇରିଆ ଭଳି ଯଦି କିଛି ସମସ୍ୟା ଆପଣ ଙ୍କ ଦାନ୍ତ ରେ ରହିଛି ତାହେଲେ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା |

ଆବଶ୍ୟକିୟ ଉପକରଣ :-

ଲବଙ୍ଗ, ଫିଟିକିରି, ସୋରିଷ ତେଲ, ହଳଦୀ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

1- ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ଏକ ରାମ ବାଣ ଭଳି କାମ କରିଥାଏ | ଆଉ ଯେଉଁଠି କୁହାଯାଉଛି କି ଏହି ଘରେଇ ଉପଚାର ପ୍ରସ୍ତୁତି ପାଇଁ ଆପଣ ଙ୍କୁ ପ୍ରଥମେ 8-10 ତ ଲବଙ୍ଗ ନେଇ ତାହାକୁ ଟିକିଏ ଭାଜି ଦେବା ପାଇଁ ପଡିବ | ଆଉ ତାହା ପରେ ଲବଙ୍ଗ କୁ ଗୁଣ୍ଡ କରିକି ସେଥିରେ ଅଳ୍ପ ପାଣି ଦେଇ ଏକ ପେଷ୍ଟ ପ୍ରସ୍ତୁତ କରିବା | ଆଉ ତାହାକୁ ଆମର ଦାନ୍ତ ଯନ୍ତ୍ରଣା ହେଉଥିବା ଜାଗାରେ ଲଗାଇଲେ ଯନ୍ତ୍ରଣା ରୁ ଉପସମ ପାଇପାରିବା |

2- ଦ୍ଵିତୀୟ ଉପଚାର ପାଇଁ ଆପଣ ମାନେ ଫିଟିକିରି ର ସାହାଯ୍ୟ ନେଇ ପାରିବେ ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ | ତେବେ ପ୍ରଥମେ ଆପଣ ଫିଟିକିରି ର ଗୁଣ୍ଡ ବଣେଇବେ ଆଉ ସେଥିରେ ଆପଣ ମାନେ ଅଳ୍ପ ସୋରିଷ ତେଲ କୁ ମିଶାଇବେ ଓ ଯେଉଁ ପେଷ୍ଟ ଟି ପ୍ରସ୍ତୁତ ହେଲା ତାହା କୁ ମାଢି ଫୁଲିଥିବା ଵା ପୋକ ଲାଗିଥିବା ସ୍ଥାନରେ ଲଗାଇ ପାରିବେ | ଏହା ଛଡା ଉଷୁମ ପାଣିରେ ଅଳ୍ପ ଫିଟିକିରୀ ପକାଇ କୁଳି କରିଲେ ମଧ୍ୟ ଆମେ ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

3- ତୃତୀୟ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ପ୍ରଥମେ ହଳଦୀ ଗୁଣ୍ଡ କୁ ନେଇ ପାରିବେ | ଆଉ ହଳଦୀ ଗୁଣ୍ଡ ରେ ଅଳ୍ପ ପରିମାଣରେ ସୋରିଷ ତେଲ ଓ ଲୁଣ କୁ ମିଶାଇବେ | ଆଉ ପ୍ରସ୍ତୁତ କରିଥିବା ପେଷ୍ଟ କୁ ନେଇ ଦାନ୍ତ ରେ 5-6 ମିନିଟ ହାତ ସାହାଯ୍ୟ ରେ ମାଲିସ କରିବେ | ଆଉ ଯାହା ଫଳରେ ପାଇରିଆ ଭଳି ସମସ୍ୟା ଦୂର ହେଵା ସହିତ ଦାନ୍ତ ଜନିତ ସମସ୍ୟା ଆଉ ଦେଖା ଯିବ ନାହିଁ |

ତେବେ ଏହା ଥିଲା ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment