ବନ୍ଧୁଗଣ ଶୀତ ଦିନ ହେଉ କିମ୍ବା ବର୍ଷା ଦିନ ଏହି ଦିନମାନଙ୍କରେ ଛୋଟ ପିଲା କିମ୍ବା ବଡ଼ଲୋକ ମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ଭଳି ସମସ୍ୟା ଦେଖା ଦେଇଥାଏ |ଏହାକୁ ଭଲ କରିବା ପାଇଁ ଆମେ ଔଷଧର ବ୍ୟବହାର କରିଥାଉ ହେଲେ ଏହା ଦ୍ଵାରା ମଧ୍ୟ୍ୟ ଆମ ଦେହ ସମ୍ପୂର୍ଣ ଭଲ ହୋଇନଥାଏ, ବରଂ ମେଡ଼ିସିନର ସାଇଡ ଏଫେକ୍ଟ ଦ୍ଵାରା ଆମ ଶରୀରରେ ଅନ୍ୟ ରୋଗ ମାଡି ବସେ |ମୁଁ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଶରୀରରେ ଥଣ୍ଡା, କାଶ, ଜ୍ୱର ଓ କଫ ଭଳି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ଏହି ଘରୋଇ ଉପଚାରଟି ସମ୍ପୂର୍ଣ ପ୍ରାକୃତିକ ଅଟେ |ଏହାଦ୍ୱାରା ଆପଣଙ୍କ କୌଣସି କ୍ଷତି ହୋଇନଥାଏ |ବରଂ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-
ଗୋଲ ମରିଚ,ଶୁଣ୍ଠି, ଡାଲଚିନି, ଗୁଜୁରାତି, ଲବଙ୍ଗ, ଗୋଟାଧନିଆ, ଜିରା, ଜୁଆଣି
ପ୍ରସ୍ତୁତି :-
ଆମେ ଏହି ଘରୋଇ ଉପଚାର ପ୍ରସ୍ତୁତି ପାଇଁ ପ୍ରଥମେ ଏକ ଚାମଚ ଗୋଲମରିଚ ନିଅନ୍ତୁ, ଏକ ଇଞ୍ଚରେ ଶୁଣ୍ଠି ଏବଂ ଆଉ ଏକ ଇଞ୍ଚର ଡାଲଚିନି ନିଅନ୍ତୁ, ଏହା ସହିତ ଆପଣ ଏଥିରେ ଚାରୋଟି ଗୁଜୁରାତି, ଛଅଟି ଲବଙ୍ଗ, ଏକ ଚାମଚ ଧନିଆ,3/4 ଟିସ୍ପୋନ ଜିରା ଏବଂ 1/4 ଟିସ୍ପୋନ ଜୁଆଣି ନିଅନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଭଲରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ, ଏହି ସମସ୍ତ ସାମଗ୍ରୀର ଏହା ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ ଏହି ସମସ୍ତ ଗୁଣ୍ଡକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ |
ଏବେ ଆପଣ ଏକ ପାତ୍ରରେ ଏକ ଲିଟର ପାଣି ନେଇ ତାହାକୁ ଉଷମ କରନ୍ତୁ, ଏହି ପାଣି ଅଳ୍ପ ବଏଲ ହେବାପରେ ଏଥିରେ ସମସ୍ତ ସାମଗ୍ରୀ ପାଉଡରକୁ ଏହି ପାଣିରେ ପକାନ୍ତୁ |ଏହାକୁ ଆପଣ ଦଶ ମିନିଟ ପ୍ରଯ୍ୟନ୍ତ ଏହାକୁ ଭଲ ଭାବରେ ବଏଲ କରିନିଅନ୍ତୁ,ବର୍ତମାନ ଆପଣଙ୍କ ଏହି ଡ୍ରିଙ୍କ ପ୍ରସ୍ତୁତ ହୋଇଗଲା |ଏହି ଡ୍ରିଙ୍କ କୁ କଷାୟ ଡ୍ରିଙ୍କ ବୋଲି କୁହାଯାଏ |ପରେ ଏହି ଡ୍ରିଙ୍କକୁ ଏକ କପକୁ ଛାଣି ନିଅନ୍ତୁ |
ବ୍ୟବହାର :-
ଏହି ଡ୍ରିଙ୍କକୁ ଆପଣଙ୍କ ଘରେ ଛୋଟ ପିଲା ଠାରୁ ବଡ ଲୋକ ସମସ୍ତେ ପିଇ ପାରିବେ, ଏହା ଆପଣ ଯଦି ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଏହା ଅଳ୍ପ ମାତ୍ରାରେ ଦିଅନ୍ତୁ |ବଡ ଲୋକମାନେ ଏହାକୁ ସକାଳ ରାତି ଏକ କପ ଲେଖାଏଁ ପିଇ ପାରିବେ |ଏମିତି ଏହି ଡ୍ରିଙ୍କ ଗୋଟିଏ ଦିନ ପିଇଲେ ଆପଣଙ୍କ ଥଣ୍ଡା, କାଶ ଓ ଜ୍ୱର ଭଳି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବା ସହ ଆପଣଙ୍କୁ ବହୁତ ଫ୍ରି ଲାଗିବ | ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।