ପରିସ୍ରା ( Urinary Incontinence ) କଣ୍ଟ୍ରୋଲ କରି ପାରୁ ନାହାନ୍ତି କି ? | Dr Hima

ତେବେ କୁହାଯାଏ କି ମଣିଷ ଶରୀରରେ ଛୋଟ ହେଉ ଵା ବଡ଼ ସବୁବେଳେ କିଛି ନା କିଛି ସମସ୍ୟା ମାନ ଲାଗିକି ରହିଥାଏ | ଆଉ ଯେଉଁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ମାନେ ସବୁବେଳେ ଚେଷ୍ଟା କରିଥାଉ | ଏହା ସହିତ ଆମ ଶରୀରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟା ପାଇଁ ଆମେ ଚିନ୍ତା ରେ ମଧ୍ୟ ରହିଥାଉ ଅଧିକାଂଶ ସମୟରେ | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛି ପରିସ୍ରା କଣ୍ଟ୍ରୋଲ ରେ ରଖି ନ ପରିବାର କାରଣ କଣ ରହିଛି, ଆଉ ଏଥିରୁ ମୁକ୍ତି ପାଇବା ପାଇଁ କଣ ରହିଛି ଉପାୟ ସେ ବିଷୟରେ ସମ୍ପୂର୍ଣ୍ଣ କଥା |

ପରିସ୍ରା କଣ୍ଟ୍ରୋଲ ନ ହେବା ର ମାନେ କଣ :-

ସାଧାରଣତଃ କୁହାଯାଉଛି କି ପରିସ୍ରା କଣ୍ଟ୍ରୋଲ ନ ହେବା ଭଳି ସମସ୍ୟା ମହିଳା ମାନଙ୍କ ନିକଟରେ ଅଧିକ ଦେଖା ଯାଇଥାଏ ଯାହାକୁ ଆମେ ୟୁରିନ ଇନକଣ୍ଟିନେନ୍ସ ବୋଲି କହିଥାଉ | ଆଉ ଏହି ଭଳି କିଛି ସମସ୍ୟା ହେଲେ ପରିସ୍ରା ଲାଗିବ ମାତ୍ରକେ ବ୍ୟସ୍ତ ହୋଇ ପଡିବ ଵା କପଡା ରେ ପରିସ୍ରା ହେଇଥିବା ଭଳି ସମସ୍ୟା ମାନ ଦେଖା ଯାଇଥାଏ |ଏହା ଛଡା କାଶିଲେ ଵା ଛିଙ୍କିଲେ ମଧ୍ୟ ପରିସ୍ରା ହୋଇ ଯାଇଥାଏ |

ପରିସ୍ରା ରୋକି ନପାରିବାର କାରଣ କଣ :-

କୁହାଯାଇଥାଏ କି ମହିଳା ମାନଙ୍କର ପରିସ୍ରା ନଳୀ ଟି ବହୁତ ଛୋଟିଆ ହୋଇଥାଏ ଆଉ ଯାହା 4 ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥିବା ବେଳେ 2:50 ସେଣ୍ଟିମିଟର ହୋଇଥାଏ ଏହାର ମୋସେଲ | ଆଉ କୁହାଯାଏ କି ଆପଣ ମାନଙ୍କର ଯଦି ବାରମ୍ବାର ପିଲା ଜନ୍ମ କରିବା, ଵା ସୋର୍ଜରୀ ସେହି ସ୍ଥାନରେ ହେବା ଵା ବେଳେ ବେଳେ ପରିସ୍ରା ଥଳି ବାହାରକୁ ବାହାରି ଆସିଥାଏ ଆଉ ସେହି କେଶ ରେ ଏହିଭଳି କିଛି ସମସ୍ୟା ଦେଖା ଯାଏ |କ୍ୟାନ୍ସର ଥରପି ଵା ରେଡ଼ିଏସନ ଥୋରାପି ଯୋଗୁଁ ମଧ୍ୟ ଏହି ଭଳି ସମସ୍ୟା ମାନ ଦେଖା ଯାଇଥାଏ |ତାହା ଛଡା ବୟସ ବଢିବା ସହିତ ପରିସ୍ରା ନଳୀ ଟି ଟାଇଡ ହୋଇଯିବ ଫଳରେ ସେହିଭଳି ସମସ୍ୟା ଦେଖା ଯାଏ |

କେଉଁ ବୟସର ଲୋକ ମାନଙ୍କୁ ଏହା ଅଧିକ ହୋଇଥାଏ :-

କୁହାଯାଉଛି କି ଏହା ଯୁଵାବସ୍ଥା ମହିଳା ଙ୍କ ପାଖରେ 20 % ଦେଖା ଯାଉଥିବା ବେଳେ ବୟସ୍କା ମାନଙ୍କ ପାଖରେ 60-70 ବର୍ଷ ଏଜ ର ମହିଳା ଙ୍କ ପାଖରେ ଅଧିକ ଦେଖା ଯାଇଥାଏ |ତେବେ ଝିଅ ବେଳେ ଅଧିକ ଚକଲେଟ ଖାଇଲେ, ଫାଷ୍ଟ ଫୁଡ, ଅଲକହଲ ପିଇଲେ ଦେଖା ଯାଏ | ସେହି ଭଳି ବୟସ୍କା ପାଖରେ ଡାଇବେଟିସ, ବ୍ଲଡ଼ ପ୍ରେସର ଭଳି ସମସ୍ୟା ଥିଲେ ଦେଖା ଯାଏ |

ଚିକିତ୍ସା ଓ ପରୀକ୍ଷା କଣ ରହିଛି :-

କୁହାଯାଉଛି କି ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ଆଉ ଏହି ଭଳି ସମସ୍ୟା ଷ୍ଟ୍ରେସ ଯୋଗୁଁ ଵା ଅନ୍ୟ କୌଣସି କାରଣ ରୁ ହେଉଛି ଯାହା ଜାଣିବା , ଇନଫେକ୍ସନ ଯୋଗୁଁ ହେଉଥିଲେ ତାହାର ଟ୍ରିଟମେଣ୍ଟ କରିବା |ତାହା ସହିତ ଅଲଟ୍ରା ସନଗ୍ରାଫି ଵା ସିଷ୍ଟଗ୍ରାଫି ମାଧ୍ୟମରେ ପରୀକ୍ଷା ଓ ଚିକିତ୍ସା କରି ପାରିବା |

ଏହା ର ନିରାକରଣ କଣ ରହିଛି :-

ତେବେ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଲାଇଫ ଷ୍ଟାଇଲ କୁ ଚେଞ୍ଚ କରିବା ଓ ଡାକ୍ତର ଙ୍କ ପରାମର୍ଶ ଅନୁସାରେ କାମ କରିବା |

ତେବେ ଏହା ଥିଲା ପରିସ୍ରା କଣ୍ଟ୍ରୋଲ ନ ହେବା ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment