odia Sadhubani- ଉତ୍ତମ ଶରୀର ପାଇଁ ,କେଉଁ ସବୁ ଉପାୟ କରିବା ଆବଶ୍ୟକ ଜାଣନ୍ତୁ…

ବନ୍ଧୁଗଣ ବର୍ତମାନ ପ୍ରାୟ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡିତ ରହୁଛନ୍ତି,ସେମାନେ ଯେତେ ଔଷଧ ଖାଇଲେ ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇ ପାରୁନାହାନ୍ତି |ଜାତକରେ ରୋଗର ଘର ହେଉଛି ଷଷ୍ଠ ଭାଗ, ଆପଣ ରୋଗରୁ ମୁକ୍ତି ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଥିବେ ନିଶ୍ଚିତ ତଥାପି ଆପଣଙ୍କ ଶରୀର ଭଲ ହେଉନାହିଁ |ମୁଁ ଆଜି ଆପଣକୁ ଏମିତି ଏକ ତିଳକ କଥା କହିବି ଯାହାକି ଆପଣ ଆପଣଙ୍କ ଶରୀରରେ ଲଗାଇଲେ ଆପଣ ବଡ଼ ବଡ଼ ରୋଗରେ ପୀଡିତ ହେବେ ନାହିଁ |ଆପଣ ଯଦି ରୋଗରେ ପୀଡିତ ଅଛନ୍ତି ତେବେ ସମ୍ପୂର୍ଣ ନିରୋଗ ନହେଲେ ବି ଆପଣ କିଛି ମାତ୍ରାରେ ସୁସ୍ଥ ନିଶ୍ଚିତ ହେବେ, ତେବେ ଆସନ୍ତୁ ଜାଣିବା ଏହି ତିଳକ ବିଷୟରେ |

ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଯେ ଲିମ୍ବ ପତ୍ର ଓ ତୁଳସୀ ପତ୍ର ଆମ ଶରୀର ପାଇଁ ବହୁତ ଉପଯୋଗୀ, ଏହି ପତ୍ର ବ୍ୟବହାର ଦ୍ଵାରା ଆମ ଶରୀରରେ ଅନେକ ରୋଗ ଭଲ ହୋଇଯାଏ |ଏହି ଦୁଇ ପତ୍ରର ବହୁତ ଉପକାରିତା ରହିଛି, ଏହି ତିଳକ ପ୍ରସ୍ତୁତି ପାଇଁ ଆପଣ କିଛି ଲିମ୍ବ ପତ୍ର ଆଣନ୍ତୁ |ଲିମ୍ବ ପତ୍ର ପରିମାଣରେ ତୁଳସୀ ପତ୍ର ମଧ୍ୟ୍ୟ ଆପଣ ଆଣନ୍ତୁ,ଏହି ସମ ପରିମାଣର ଦୁଇ ପ୍ରକାର ପତ୍ରକୁ ଆପଣ ଭଲରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ |


ଏହି ଦୁଇ ପତ୍ରର ରସକୁ ଭଲରେ ଚୁପୁଡି ଦିଅନ୍ତୁ ଏବଂ ସେଥିରୁ ବାହାରିଥିବା ରସ ଆପଣ ଏକ ପାତ୍ରରେ ରଖାନ୍ତୁ ଏବଂ ଏଥିରେ ଆପଣ କମଳା ରଙ୍ଗର ସିନ୍ଦୁର ମିଶାଇ ଭଲରେ ମିକ୍ସ କରି ଦିଅନ୍ତୁ |ଏହି ମିଶ୍ରଣକୁ ଆପଣ ଏକ ବର ଗଛର ପତ୍ର ଉପରେ ରଖି ସେହି ପତ୍ରକୁ ଠାକୁର ଘରେ ଠାକୁରଙ୍କ ସାମ୍ନାରେ ରଖାନ୍ତୁ |ଏହାସହିତ ଆପଣ ଭଗବାନଙ୍କ ଉପରେ ଲୟ ରଖି 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ପରେ ଏହି ମିଶ୍ରଣକୁ ଆପଣ ଏକ ଛୋଟ କାଚ ଜାରରେ ରଖି ଦିଅନ୍ତୁ |

ଏହି ମିଶ୍ରଣକୁ ଆପଣ ଯଦି ବିଶ୍ୱାସର ସହିତ ଲଗାନ୍ତି ତେବେ ଆପଣଙ୍କ ରୋଗ ସମ୍ପୂର୍ଣ ଭଲ ହୋଇଯିବ |ଆପଣ ପ୍ରତ୍ୟେକ ଦିନ ଗାଧୋଇ ସାରିବା ପରେ ମା ଗାୟତ୍ରୀଙ୍କୁ ସ୍ମରଣ କରି ଏହି ତିଳକ ଆପଣଙ୍କ ନାଭିରେ ଲଗାଇବେ ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ |ଏହି ତିଳକ ଲଗାଇବା ସମୟରେ ଆପଣ ଏହାକୁ ରିଙ୍ଗ ଫିଙ୍ଗରରେ ହିଁ ଲଗାଇବେ, ଏହି ତିଳକ ଆପଣ କିଛି ଦିନ ଲଗାନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କର କେତେ ଉପକାର ହେଉଛି |ଆପଣ ଶରୀର ଅସୁସ୍ଥ ଥିଲେ ଆପଣ ଔଷଧ ଖାଇବା ସହିତ ବିଶ୍ୱାସର ସହିତ ଏହି ତିଳକ ଲଗାନ୍ତୁ ଦେଖିବେ ଏହାଦ୍ୱାରା ଆପଣଙ୍କ ଶରୀରର ସମ୍ପୂର୍ଣ ସୁସ୍ଥ ହୋଇଯିବ |ଆପଣ କେବେବି ରୋଗ ଗ୍ରସ୍ତ ହୋଇ ବେଶିଦିନ ରହିବେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment