Swastik Tv News Odisha

Vastu Shastra – ବାସ୍ତୁ ଭୂମିରେ ଗୃହ ନିର୍ମାଣ ପୂର୍ବରୁ ଏହି ୧୦ ଟି କଥା କୁ ନିଶ୍ଚିତ ଜାଣନ୍ତୁ, ନଚେତ ଘଟିପାରେ ଅଘଟଣ…

0

ପ୍ରତ୍ୟୋକ ବ୍ୟକ୍ତି ଚାହିଁଥାନ୍ତି ସୁଖରେ ଘର ସଂସାର କରିବା ପାଇଁ , କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଭଲ ଘଟଟିଏ ଜୁଟି ନଥାଏ । ପ୍ରଥମେ ଘରଟିଏ ତିଆରି କରିବା ପୂର୍ବରୁ ଭୂମିଟି କିପରି ଅଛି ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଘରଟିଏ ପ୍ରସ୍ତୁତି କରିବା ପୂର୍ବରୁ କେତେ ଗୁଡିଏ ନିତୀ ନିୟମ ରହିଛି , ତାହା ଜାଣିବା ଅତ୍ୟନ୍ତ ଜରୁରୀ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଭୂମିରେ ଗୃହ ନିର୍ମାଣ କରିବା ପୂର୍ବରୁ ଏହି 10 ଟି ଗୁରୁତ୍ୱପୂର୍ଣ୍ଣ କଥା ।

1. ବ୍ୟକ୍ତିର କୁଣ୍ଡଳୀ :-

ପ୍ଲାଟ କିଣିବା ବା ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଦେଖିବା ଉଚିତ୍ । ବ୍ୟକ୍ତିର ଜନ୍ମ କୁଣ୍ଡଳୀରୁ ହିଁ କେଉଁ ଦିଗକୁ ମୁହଁ କରି୍ଥିବା ଫ୍ଲଟ ନେଲେ ସେମାନଙ୍କ ପାଇଁ ଶୁଭ ଦାୟକ ହେବ ତାହା ଜାଣାପଡିଥାଏ ।

2. ପ୍ଲଟର ଆକାର :-

ଆପଣ ମାନେ କିଣିବା ପୂର୍ବ .ରୁ ଏହି କଥା ପ୍ରତି ଧ୍ୟାନ ରଖିବେ , ଯେ ଯେଉଁ ପ୍ଲାଟ ଟି କିଣିଛନ୍ତୁ ତାହା ଆୟାତାକାର ବା ବର୍ଗାକାର ହୋଇଥିବ । ଏହି ଦୁଇ ଆକୃତିର ପ୍ଲଟ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

3. ମୁଖ୍ୟଦ୍ୱାର :-

ଆପଣ କିଣିଥିବା ପ୍ଲଟର ମୁଖ୍ୟ ଦ୍ୱାର ସର୍ବଦା ପ୍ରତ୍ୟେକ ଦିଗର ତୃତୀୟ ଓ ଚତୁର୍ଥ ପାଦ ମୁଖ୍ୟ ଦ୍ୱାର ବା ମୁଖ୍ୟ ଗେଟ୍ କରିବା ପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ ଠିକ୍ ଅଟେ ।

4. ରାସ୍ତାଠାରୁ ଘରକୁ ଉଚ୍ଚ କରନ୍ତୁ :-

ଯେତେ ବେଳେ ମଧ୍ୟ ଆପଣ ମାନେ ଘର ପ୍ରସ୍ତୁତି କରୁଛନ୍ତି , ଧ୍ୟାନ ରଖିବେ ଯେପରି ଆଗରେ ଥିବା ରାସ୍ତାର ଖାଲ ଠାରୁ ଆପଣଙ୍କ ଘର ଉଚ୍ଚ କରିବା ପାଇଁ । ନୀଚା ରିହିଲେ ତାହା କ୍ଷତିକାରକ ହୋଇଥାଏ , ସେଥିପ୍ରତି ସତର୍କ ରହିବା ଉଚିତ୍ ।

5. ଟି ଜନସନ ଥିବା ପ୍ଲଟ କିଣନ୍ତୁ ନାହିଁ :-

ଯେତେବେଳେ ଆପଣ ପ୍ଲଟ ଟିଏ କିଣିବେ ସେତେବେଳେ ନିହାତି ଲକ୍ଷ୍ୟ କରିବେ ଯେ ଆପଣଙ୍କ ପ୍ଲଟକୁ ରୁଡ୍ ହିଟ୍ କରୁ ନଥିବ । ଏହାକୁ ଟି ଜନସନ କୁହାଯାଏ , କେତେକ କ୍ଷେତ୍ରରେ y ସଦୃଶ ହୋଇ ରୁଡ୍ ଯାଇଥାଏ ସେଥିପ୍ରତି ଧ୍ୟାନ ରଖନ୍ତୁ ।

6. ରାସ୍ତା ଶେଷ ହୋଇଥିବା ପ୍ଲଟ :-

ଯେଉଁ ପ୍ଲଟରେ ରାସ୍ତା ଯାଇ ସେହି ପ୍ଲଟ ପାଖରେ ଶେଷ ହୋଇଯାଇଛି , ବା ବାମ କିମ୍ୱା ଡାହାଣକୁ ଯିବା ପାଇଁ ରାସ୍ତା ନାହିଁ , ଏହିଭଳି ପ୍ଲଟ କେବେହେଲେ କିଣନ୍ତୁ ନାହିଁ ।

7. ଶୁଭଦାୟକ କି ନାହିଁ କେମିତି ଜାଣିବେ :-

କିଣିଥିବା ପ୍ଲଟଟି କେତେ ଶୁଭ ଦାୟକ ଜାଣିବା ପାଇଁ ପ୍ଲଟର କୌଣସି ଏକ କୋଣରେ ଫୁଟେ ଲମ୍ୱ ଏବଂ ଫୁଟେ ପ୍ରସ୍ଥ ଏବଂ ଫୁଟେ ଗଭୀରରେ ଗାତ ଖୋଳିଦେବେ । ସେଥିରେ ପାଣି ଭର୍ତ୍ତି କରିଦେଇ ତା ପରଦିନ ଆସି ଦେଖିବେ ଯଦି ଫାଟଫାଟ ହୋଇଯାଇଥିବ ବା ପାଣିଶୋଷି ହୋଇ ଯାଇଥିବ , ସେହି ପ୍ଲଟ ଆଦୌ ବାସ୍ତୁ ଉପଯୋଗୀ ନୁହଁ ।

8. ପାରିପାର୍ଶିକ ଅବସ୍ଥିତି :-

ପ୍ଲାଟ କିଣିବା ପୂର୍ବରୁ ତାର ଚତୁପାର୍ଶରେ ଅବସ୍ଥିତିକୁ ଲକ୍ଷ୍ୟ କରିବା ଉଚିତ୍ , ଯେପରି ନାଳ ନର୍ଦ୍ଦମା ପାଖରେ ରହିଥାଏ । ସେପରି ପ୍ଲାଟ ଆଦୌ କିଣନ୍ତୁ ନାହିଁ ।

9. ପ୍ଲାଟ ସାମ୍ନାରେ କୌଣସି ବଡ ବସ୍ତୁ ରଖନ୍ତୁ ନାହିଁ :-

ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବଡ ଗଛ ବା ଇଲେକ୍ଟ୍ରି ଖୁଣ୍ଟି ରହିଥାଏ , ତେବେ ସେହି ସ୍ଥାନରେ ପ୍ଲଟ କରିବା ଉଚିତ୍ ନୁହଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.