Swastik Tv News Odisha

Vastu Shastra – ଯଦି ଆପଣଙ୍କ ହାତରେ ଅଛି ଏହି X ଚି଼ହ୍ନ ତେବେ ଜାଣନ୍ତୁ ଆପଣଙ୍କ ବିଷୟରେ ଅନେକ ଚମତ୍କାର କଥା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ମଣିଷର ହାତ ପାପୁଲି ରେ ଥିବା ରେଖାମାନ ଦର୍ଶାଇଥାଏ ମଣିଷ ର ଭାଗ୍ୟ ଓ ଭବିଷ୍ୟତ ବିଷୟରେ । ହାତ ଦେଖି ଜ୍ୟୋତିଷମାନେ ଭବିଷ୍ୟତ ବିଷୟରେ ଗଣନା କରିଥାନ୍ତି । ନାରୀ ମାନଙ୍କର ବାମ ହସ୍ତ ଏବଂ ପୁରୁଷ ମାନଙ୍କର ଦକ୍ଷିଣ ହସ୍ତ ର ଭବିଷ୍ୟତ ବିଷୟରେ ଅନେକ କିଛି ଜଣାଇଥାଏ । ହାତ ପାପୁଲିରେ ହୃଦୟରେଖା ଓ ମସ୍ତିଷ୍କ ରେଖାକୁ ଅତିକ୍ରମ କରିଥାଏ ବା କ୍ରସ କରିଥାଏ ଭାଗ୍ୟରେଖା । ଠିକ୍ ସେହିପରି ହୃଦୟରେଖାରୁ ବାହାରି ଭାଗ୍ୟରେଖା କୁ ଅତିକ୍ରମ କରିଥାଏ ଏକ ରେଖା , ଯାହାକି ଛକି ଚିହ୍ନ ବା କ୍ରସ ଚିହ୍ନ ବା ଇଂରାଜି ଅକ୍ଷରର X ଲେଟର ସଦୃଶ ହୋଇଥାଏ ।

ହାତ ପାପୁଲିରେ ଏହିପରି ଏକ୍ସ ସଦୃଶ ଚିହ୍ନ ଥିଲେ ତେବେ ଜାଣିବେ ସେହି ନାରୀ କିମ୍ୱା ପୁରୁଷର ଜୀବନରେ କୌଣସି ଏକ ଅଦୃଶ ଶକ୍ତି ସର୍ବଦା ମାର୍ଗ ଦର୍ଶନ ଦେଇଥାଏ । ସମସ୍ତ ପ୍ରକାର ବାଧାବିଘ୍ନରୁ ରକ୍ଷା କରିଥାଏ । ଏହି ଚିହ୍ନଟି ଜୀବନ ରେଖା ସହିତ ଯୋଡି ହୋଇ ରହିଥାଏ । ଯେଉଁ ମନୁଷ୍ୟର ହାତ ପାପୁଲିରେ ଏହି x ଚିହ୍ନ ଥାଏ ସେହି ବ୍ୟକ୍ତି ସାରା ଜୀବନ ଖୁସୀରେ ରହିଥାଏ । ଏହି ଲୋକମାନେ ନିଜ ଜୀବନକୁ ବହୁତ ଆନନ୍ଦ ସହକାରେ ଉପଭୋଗ କରିଥାନ୍ତି , ସର୍ବଦା ତାଙ୍କ ଭବିଷ୍ୟତକୁ ନେଇ ସଜାଗ ରହିଥାନ୍ତି । ଏହି ଲୋକମାନଙ୍କର ବହୁତ କଳ୍ପନା ଶକ୍ତି ରହିଥାଏ ।

ଭବିଷ୍ୟତରେ ଏହି ଲୋକମାନଙ୍କ ପାଖରେ ଟଙ୍କା ପଇସା ର ଅଭାବ ଦେଖାଦେଇ ନଥାଏ , ଏହି ପରି ଲୋକମାନଙ୍କର ଜୀବନରେ ଲଭ୍ ମ୍ୟାରେଜ ବା ପ୍ରେମ ବିବାହର ଅଧିକ ସମ୍ଭାବନା ରହିଥାଏ । ଏହିପରି ବ୍ୟକ୍ତିମାନେ କୌଣସି ପ୍ରକାର ପରିସ୍ଥିତିରେ ବିଚଳିତ ହୋଇନଥାନ୍ତି , ଏମାନଙ୍କୁ କେହି ସହଜରେ ଜିତି ପାରନ୍ତି ନାହିଁ । ଏମାନେ ବୁଦ୍ଦିମାନ , ଚତୁର ଓ ଜ୍ଞାନୀ ହୋଇଥାନ୍ତି , ଏମାନେ ସର୍ବଦା ସାବଧାନ ରହି କାର୍ଯ୍ୟ କରିଥାନ୍ତି । ସ୍ୱଭାବରେ ଏମାନେ ଶାନ୍ତ ହୋଇଥାନ୍ତି , ଏମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ଇତିହାସରେ ସେମାନଙ୍କର ସ୍ଥାନ ପାଇଥାଏ । ଏମାନେ ପରିଶ୍ରମୀ ଓ ସଚ୍ଚଟ ହେବା ସହିତ ନିଜ କାର୍ଯ୍ୟରେ ମାହିର ମଧ୍ୟ ହୋଇଥାନ୍ତି ।

ବ୍ୟବସାୟ କ୍ଷେତ୍ର ରେ ବା ହିସାହ କିତାବରେ ମାହିର ମଧ୍ୟ ହୋଇଥାନ୍ତି , ଏମାନେ କାହାରିକୁ କେବେବି ଧୋକା ଦେଇ ନଥାନ୍ତି । ଆଗରୁ ସମସ୍ତ ବିପଦର ସୂଚନା ପାଇ ପାରିଥାନ୍ତି , କିନ୍ତୁ ଏମାନେ ଅନ୍ୟକୁ ଦେଖି ପରଖି ବିଶ୍ୱାସ କରିଥାନ୍ତି । ଏମାନେ କାହାରି ଦୁଃଖକୁ ସହି ପାରନ୍ତି ନାହିଁ , ଏହି ଚିହ୍ନ ଥିବା ପିରୁଷ ଓ ମହିଳା ମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି । ନିଜ ବୁଦ୍ଧି ବିବେକ ବଳରେ ଆଗକୁ ବଢିଥାନ୍ତି ,ଏମାନଙ୍କ ହୃଦୟରେ ସ୍ନେହ ପ୍ରେମ ଅଧିକ ରହିଥାଏ । ଏମାନେ ନିଜ ଗାଁ ବା ସହରର କୁ ବହୁତ ଭଲ ପାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.