ସକାଳୁ ମନ୍ତ୍ର ଜପ କରିବା ସାକ୍ଷାତ ଆପଣଙ୍କ ଘରୁ ଦରିଦ୍ରତା ଦୂର କରିବ ବୋଲି ମାନାଯାଏ । କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଥାଏ ସେହି ବ୍ୟକ୍ତିଙ୍କ ପାଖକୁ ଦୁଃଖ ଦରିଦ୍ର୍ୟତା ଆସେ ନାହିଁ । ଯଦି ଆପଣ ମାନେ ସକାଳୁ ଉଠି ଏହି ମନ୍ତ୍ରକୁ ଜପ କରିବେ ତ ଆପଣଙ୍କ ଘରକୁ ଦରିଦ୍ରତା ନଷ୍ଟ ହୋଇଯିବ । ତେବେ ଆସନ୍ତୁ ଜାଣିବା କଣ ସେହି ମନ୍ତ୍ର ।
ଆମେ ଏହି ମନ୍ତ୍ରର ଉଚ୍ଚାରଣ କରିବା ଦ୍ୱାରା ଆମର ଜ୍ଞାନେନ୍ଦ୍ରିୟ ଏବଂ ଆମର ମାଂସପେଶୀ ଖୋଲିଯାଏ । ଦେବଙ୍କ ଦେବ ମହାଦେବଙ୍କ ଭିତରେ ଏତେ ଶକ୍ତି ଥାଏ କି ସେ ଆମର ଟିକିଏ ପ୍ରାର୍ଥନାରେ ହିଁ ଆମର ସବୁ ଇଚ୍ଛାକୁ ପୂରଣ କରିଦେଇଥାନ୍ତି । ସର୍ବପ୍ରଥମେ ଯଦି କୌଣସି ମନ୍ତ୍ର ଭୋଳାନାଥଙ୍କ ଅବତାର ହନୁମାନ ଙ୍କ ମନ୍ତ୍ରକୁ ଜପ କରିବା ଉଚିତ୍ । ଆପଣ ସକାଳୁ ଉଠି ଆପଣଙ୍କର ମୁହଁକୁ ଉତ୍ତର ଦିଗ କରି ବସିଯାଆନ୍ତୁ । ହନୁମାନ ଚାଳିଶାକୁ ଗୋଟିଏ ଥର ଜପ କରନ୍ତୁ , ଯେକୌଣସି ଭକ୍ତ ସକାଳେ ଉଠି ଗୋଟିଏ ଥର ହନୁମାନ ଚାଳିଶା ଜପ କରିଦେଲେ ତ ଆପଣଙ୍କ ଜୀବନରେ କୌଣସି ପ୍ରକାର ଦୁଃଖ ରହିବ ନାହିଁ ।
କୌଣସି ନା କୌଣସି ରୂପ ରେ ଭଗବାନ ଆପଣଙ୍କ ପାଖକୁ ଆସିବେ ଏବଂ ଆପଣଙ୍କ ସଙ୍କଟକୁ ଦୂର କରିବେ । ଆପଣ ଯଦି ହନୁମାନ ଚାଳିଶା କରିବେ ତ କେହି ଯଦି ଆପଣଙ୍କ ଅନିଷ୍ଟ ଚିନ୍ତା କରିଥାଏ ତ ସେହି ଲୋକ ଆପଣଙ୍କର କିଛି କରି ପାରିବ ନାହିଁ । ଏହାର ପରିଣାମ ତାକୁ ହିଁ ଭୋଗ କରିବାକୁ ପଡିବ , କୌଣସି ବି କାର୍ଯ୍ୟରେ ଆପଣ ବିଜୟ ପ୍ରାପ୍ତ କରିବେ । ଆପଣ ସେଠାରୁ କେବେବି ହାରିକି ଆସିବେ ନାହିଁ , ତେଣୁ ଏହି ମନ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଭୋଳାନାଥଙ୍କର ଏହି ମନ୍ତ୍ର ଓଁ ନମଃ ଶିବାୟ , ଏହା ଆପଣଙ୍କୁ 3 ଟି ପଦ ଲାଗୁଥାଏ କିନ୍ତୁ ଯେଉଁ ଓଁ ଆପଣ ଉଚ୍ଚାରଣ କରୁଛନ୍ତି ତାହା ବ୍ରହ୍ମା , ବିଷ୍ଣୁ , ମହେଶ୍ୱର 3 ଜଣଙ୍କର ଶକ୍ତି ରହିଛି ।
ଏହି ଦେବଙ୍କ ଶକ୍ତି ଏହି ଓଁ ମଧ୍ୟରେ ରହିଛି , ଆପଣଙ୍କୁ ପୂରା ମନ ଭିତରୁ ଓଁ ନମଃ ଶିବାୟ ସକାଳୁ ଉଚ୍ଚାରଣ କରିବାକୁ ପଡିବ । ଆପଣ ଆପଣଙ୍କ ହାତକୁ ଯୋଡି ଓଁ କୁହନ୍ତୁ , ଏହାଦ୍ୱାରା ଆପଣଙ୍କ ଚାରିପାଖରେ ଯେକୌଣସି ଖରାପ ଶକ୍ତି ଥିବ ତାହା ଦୂର ହୋଇଯିବ । ଏହି ମନ୍ତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ , ବାସ୍ ଆପଣଙ୍କୁ ଏହି ମନ୍ତ୍ରର ଉଚ୍ଚାରଣ କରିବାକୁ ପଡିବ । ତାହେଲେ ଆପଣଙ୍କ ଜୀବନରେ ସବୁ ବାଧା ବିଘ୍ନ ଦୂର ହୋଇଯିବ । ଆପଣଙ୍କ ଜୀବନରେ କୌଣସି ଶତ୍ରୁ ରହିବେ ନାହିଁ ଏବଂ କୌଣସି ବି ବ୍ୟକ୍ତି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିବେ ନାହିଁ । ସେହି ମହାମୃତ୍ୟୁଞ୍ଜୟ ମନ୍ତ୍ର ଟି ହେଉଛି ଓଁ ତ୍ରୟମ ବକମ୍ ୟଜା ମହେ ସୁଗନ୍ଧିମ ପୁଷ୍ଟିବର୍ଦ୍ଧନମ , ଉର୍ବାରୁକ ମିବବନ୍ଧନାତ୍ ମୃତ୍ୟୁମୁଖ୍ୟ ୟମାବୃତା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।