Swastik Tv News Odisha

Vastu Shastra – ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳହ ଲାଗୁଥିଲେ କରନ୍ତୁ ଏହି ଚମତ୍କାରୀ ରାମବାଣ ଉପାୟ ଗୃହରେ ଖୁସି ଆସିଯିବ…

0

ଗୃହସ୍ଥ ଜୀବନରେ ସୁଖର ଇଚ୍ଛା ପ୍ରାୟତଃ ସମସ୍ତଙ୍କ ଜୀବନରେ ଥାଏ , କାରଣ ବ୍ୟକ୍ତି ପ୍ରକୃତ ସୁଖ ଘରେ ହିଁ ପାଇଥାଏ । ମାତ୍ର କିଛି କାରଣ ହେତୁ ଗୃହର ସୁଖଶାନ୍ତିରେ କିଛି ବାଧା ଆସିଥାଏ , ଯାହାକୁ ଆମେ କ୍ଲେଶ କହିଥାଉ । ପିତା ପୁତ୍ରଙ୍କ ମଧ୍ୟରେ ଅଶାନ୍ତି , ପତି ପତ୍ନୀ ଙ୍କ ସମ୍ୱନ୍ଧରେ ଫାଟ ଏହି ସମସ୍ୟା ମାନ ଆମ ନୀତି ଦିନିଆ ଜୀବନକୁ ପ୍ରଭାବିତ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସହଜ ସରଳ ଉପାୟ ମାନ ରହିଛି , ଏହି ଉପାୟ ଗୁଡିକୁ କରି ଆପଣ ମାନେ ଜୀବନକୁ ଚିନ୍ତାମୁକ୍ତ ଓ ଆନନ୍ଦମୟ କରି ପାରିପାରିବେ ।

ପତି ପତ୍ନୀଙ୍କ ମଧ୍ୟରେ ଥିବା ଗୃହକ୍ଳେଶକୁ ଦୂର କରିବାର ଉପାୟ :-

ପ୍ରଥମ ଉପାୟ :-

ଯଦି ପତି ଓ ପତ୍ନୀଙ୍କ ମଧ୍ୟରେ ସର୍ବଦା ଛୋଟ ଛୋଟ କଥାରେ କଳି ଝଗଡା ହେଉଥାଏ ତାହା ଆଗକୁ ଆହୁରି ବଡ ସମସ୍ୟାରେ ପରିଣତ ହେବାର ଆଶଙ୍କା ଥାଏ । ଏଥିପାଇଁ ପତି ଓ ପତ୍ନୀଙ୍କୁ ବୁଧବାର ଦିନ ଦୁଇ ଘଣ୍ଟା ମୌନ ରହିବା ଆବଶ୍ୟକ । ଏପରି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ଥିବା ମନ ମନାନ୍ତର ଦୂର ହୋଇଯାଇଥାଏ ।

ଦ୍ୱିତୀୟ ଉପାୟ :-

ପତି ଙ୍କୁ ଦରକାର ଯେ ଶୁକ୍ରବାର ଦିନ ନିଜ ପତ୍ନୀଙ୍କୁ କୌଣସି ଏକ ସୁନ୍ଦର ଫୁଲ କିମ୍ୱା କୌଣସି ସେଣ୍ଟ ଗିଫ୍ଟ ଆକାରରେ ଦିଅନ୍ତୁ । ଚାନ୍ଦିର ପାତ୍ରରେ ଦହି ଓ ଚିନି ମିଶାଇ ଖୁଆନ୍ତୁ , ଯଦି ଚାନ୍ଦିର ପାତ୍ର ନ ମିଳୁଛି ତେବେ ଷ୍ଟିଲର ପାତ୍ରରେ ମଧ୍ୟ ଦେଇପାରନ୍ତି ।

ତୃତୀୟ ଉପାୟ :-

ପତିକୁ ପତ୍ନୀଙ୍କ ମଥାରେ ସିନ୍ଦୁର ଭରାନ୍ତୁ ଏବଂ ପତ୍ନୀ ପତିଙ୍କ ମଥାରେ ତିଳକ ଲଗାନ୍ତୁ । ଏପରି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।

ଚତୁର୍ଥ ଉପାୟ :-

ସ୍ତ୍ରୀକୁ ନିଜ କକ୍ଷରେ ଅର୍ଥାତ୍ ବେଡରୁମ ରେ ଶହେ ଗ୍ରାମ ଜିରା ସକାଳେ ସ୍ନାନ କରିବା ପରେ ନାଲି ରଙ୍ଗର କପଡା ରେ ବାନ୍ଧି ରଖିବା ଆବଶ୍ୟକ । ଏପରି 15 ଦିନରେ ଥରେ କରନ୍ତୁ , ଏପରି କରିବା ଦ୍ୱାରା ଦୁହିଁଙ୍କ ଭିତରେ ଥିବା ମନମନାନ୍ତର ଓ କ୍ଳେଶ ଦୂର ହୋଇଥାଏ ।

ପଞ୍ଚମ ଉପାୟ :-

ଭଗବାନ ଶ୍ରୀ ଗଣେଷଙ୍କର ଚାନ୍ଦିର ପ୍ରତୀମା ଘରେ ରଖିବା ଦ୍ୱାରା ପତି ଓ ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ । ତେଣୁ ଛୋଟ ମୂର୍ତ୍ତିଟିଏ ହେଉନା କାହିଁକି ଭଗବାନ ଶ୍ରୀ ଗଣେଷଙ୍କର ଚାନ୍ଦିର ପ୍ରତୀମା ଗୃହରେ ନିଶ୍ଚୟ ରଖନ୍ତୁ ।

ଷଷ୍ଠ ଉପାୟ :-

ପତି ପତ୍ନୀଙ୍କୁ ସବୁଦିନ ଗୈରୀ ଶଙ୍କର ଓ ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯିବା ଆବଶ୍ୟକ ଏବଂ ସୁଗନ୍ଧିତ ପୁଷ୍ପ ପ୍ରଦାନ କରି ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ପ୍ରାର୍ଥନା କରିବା ଆବଶ୍ୟକ । ଏହା ନିଶ୍ଚିତ କାମ କରିଥାଏ ।

ସପ୍ତମ ଉପାୟ :-

ଘରେ ଉତ୍ପନ୍ନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏହି ଉପାୟକୁ ଅବଶ୍ୟ କରନ୍ତୁ । ପତ୍ନୀ ରାତିରେ ଶୋଇବା ସମୟରେ ପତିଙ୍କ ତକିଆରେ ଏକ ସିନ୍ଦୁର ପୁଡିଆ ରଖିଦିଅନ୍ତୁ ଏବଂ ପତି ପତ୍ନୀଙ୍କ ତକିଆରେ ଏକ କର୍ପୂର ରଖିଦିଅନ୍ତୁ । ସକାଳେ ଉଠିବା ପରେ ସିନ୍ଦୁର ପୁଡିଆ ଟିକୁ ଘର ବାହାରେ ଫୋପାଡି ଦିଅନ୍ତୁ ଏବଂ କର୍ପୂରଟିକୁ ବାହାର କରି ସେହି ଘରେ ଜଳାନ୍ତୁ । ଏପରି କରିବା ଦ୍ୱାରା ପତି ପତ୍ନୀଙ୍କ ସମ୍ୱନ୍ଧରେ କିଛି ସମସ୍ୟା ଥାଏ ସେଥିରେ ସୁଧାର ଆସିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.