Swastik Tv News Odisha

Vastu & Sidi Ghara ବାସ୍ତୁଶାସ୍ତ୍ର ରେ ଶିଡ଼ିଘର, କେଉଁ ଦିଗକୁ ଥିଲେ ଘରର ମୁରବୀ କୁ କ୍ଷତି ନିଶ୍ଚୟ ଜାଣି ରଖନ୍ତୁ

0

ପ୍ରତ୍ୟୋକ ବ୍ୟକ୍ତି ନୂଆ କରି ଘର ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ଅନେକ ଜ୍ୟୋତିଷ ଓ ଶିଳ୍ପୀମାନଙ୍କ ମତନେଇ କରାଯାଇଥାଏ । ଘରର ସମସ୍ତ ବସ୍ତୁ ଉଚିତ୍ ସ୍ଥାନରେନ ରହିଲେ ଅନେକ ପ୍ରକାର ସମସ୍ୟା ମାନ ଦେଖାଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଘରର ସିଡି କେଉଁ ସ୍ଥାନରେ ରହିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା । ଘରର ନୈରୁତ କୋଣରେ ସିଡି ରଖିଲେ ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ବୃଦ୍ଦି ହୋଇଥାଏ

ଯଦି ଆପଣ ମାନେ ସିଡି ଘର ପଶ୍ଚିମ ଦିଗରେ ରଖୁଛନ୍ତି , ତାହେଲେ ଦକ୍ଷିଣ ପଟେ ଗୋଟେ କାନ୍ଥ ଦେଇ ଦିଅନ୍ତୁ ନତୁବା ଦକ୍ଷିଣ ପଟରେ ଗୋଟେ ଘର ତିଆରି କରିଦିଅନ୍ତୁ । ଯଦି ଆପଣ ମାନେ ବାୟୁ କୋଣ ରେ କରୁଛନ୍ତି ତାହେଲେ ବାୟୁ ରୋଗରେ ପିଡୀତ ହୋଇଯିବେ । ଦେଖିବେ ସେହି ଘରର ବ୍ୟକ୍ତିମାନେ ଆଣ୍ଠୁ ଗଣ୍ଠି ବାତରେ ପିଡୀତ ହୋଇଯିବେ , ପେଟ ରେ ଗ୍ୟାସ ଜନିତ ରୋଗ ଦେଖାଯାଇପାରେ । ଯଦି ବାୟୁ କୋଣରେ ସିଡି ଟିଏ କରିବା ପାଇଁ ବାଧ୍ୟ ହେଉଛନ୍ତି ତାହେଲେ ଦକ୍ଷିଣ ପଟେ କାନ୍ଥ ଦେଇଦିଅନ୍ତୁ ନତୁବା ଗୋଟିଏ ଘର କରି ଦିଅନ୍ତୁ । ତେବେ ଯାଇ ତାହାର ସମାଧନ ହୋଇ ପାରିବ ।

ଯଦି ଆପଣ ମାନେ ପୂର୍ବ ଦିଗରେ ସିଡିଟିଏ କରୁଛନ୍ତି , ତାହେଲେ ନିଶ୍ଚୟ ପୂର୍ବପୁରୁଷ ମାନେ ଅଶାନ୍ତି ହୋଇଥାନ୍ତି । ଘରେ ଯେଉଁମାନେ ପୂର୍ବରୁ ଜନ୍ମ ହୋଇଛନ୍ତି ବା ଯିଏ ବଡ ଲୋକ ଅଛନ୍ତି ତାଙ୍କ ଉପରେ ସବୁବେଳେ ଆଘାତ ଆସିବ । ମାନହାନୀ ହେବ , ତେଣୁ ପୂର୍ବ ଦିଗରେ ସିଡିଘର ନକରିବା ଉଚିତ୍ । ଯଦି ଐଶାନ୍ୟ କୋଣରେ କରୁଛନ୍ତି ତାହେଲେ ନିଶ୍ଚୟ କ୍ଷତିରେ ପଡିବେ ଏବଂ ଦେବତାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ ନାହିଁ । ଯାହାଫଳରେ ପରିବାର ସଦସ୍ୟ ମାନେ ରୋଗାକ୍ରାନ୍ତ ହେବେ , ଯଦି ଉତ୍ତର ପଟେ ସିଡି କରୁଛନ୍ତି ତାହେଲେ ଉତ୍ତର ପଟେ ଯଦି ଉଚ୍ଚା ହୋଇଯାଉଛି । ଛାତ ଉପରେ ଯଦି ଶିଡି ଘର ନିର୍ମାଣ କରୁଛନ୍ତି ତାହେଲେ ଦେଖିବେ ଦକ୍ଷିଣା ପଶ୍ଚିମା ପବନ ବାଜି ସେ ଘରେ ଅନେକ କ୍ଷୟ କ୍ଷତି ହେବ ।

ନୈରୁତ କୋଣରେ ସିଡି ରହିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ , ଏହାଛଡା ସିଡି ଘରେ ଠାକୁର ଘର ବା ରୋଷେଇ ଘର ନକରିବା ଉଚିତ୍ । ସିଡି ଘରେ ଆପଣ ମାନେ ପାଇଖାନା ବା ଜୋତା ଷ୍ଟାଣ୍ଡ ମଧ୍ୟ କରିପାରିବେ । ଏଥିରେ କୌଣସି ଅସୁବିଧା ନାହିଁ , କାରଣ ସିଡି ଦେଇ ଅନେକ ଲୋକମାନଙ୍କର ପାଦ ଧୂଳି ପଡିଥାଏ । ସେହି ଧୂଳି ଉଡିକରି ଆସି ଖାଦ୍ୟ ଉପରେ ବା ଠାକୁରଙ୍କ ଉପରେ ପଡିଥାଏ । ଯାହାଫଳରେ ଆମେ ପୂନ୍ୟ ଅପେକ୍ଷା ପାପ ଅର୍ଜନ କରିଥାଉ , ଏହି କାରଣରୁ ସିଡି ତଳେ ଠାକୁର ଘର ବା ରୋଷେଇ ଘର ନକରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.