ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏମିତି ଭିଡିଓ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ଭାବ ବିହ୍ୱଳ ହୋଇ ପଡିବେ। କାରଣ ଏହା ହେଉଛି ବାହାଘରର ଝିଅ ବିଦା ବେଳର ଦୃଶ୍ୟ।ଏଠାରେ ଝିଅକୁ ବିଦା କରିବା ସମୟରେ କିପରି ପରିବାରର ସମସ୍ତେ ଏବଂ କନ୍ୟାର ଆତ୍ମୀୟ ସ୍ୱଜନ ମାନେ କାନ୍ଦୁଛନ୍ତି ତାହା ଆପଣ ଦେଖନ୍ତୁ। ଆଉ ଏହା ସାଙ୍ଗକୁ ଏହି ସମୟରେ ବାଜୁଚି ଝିଅ ବିଦା ବେଳର ଗୀତ, ସିନ୍ଦୂର କିଣି ନେଲାରେ ଝିଅକୁ ମୋର।ଏହି ଗୀତଟି ସେହି ବିଦା ବେଳର ଦୁଃଖଦ ମାହଲ୍ କୁ ଏତେ ଭାବ ପ୍ରବଣ କରି ଦେଉଛି ଯେ ଏହାକୁ ଦେଖିଲେ ସମସ୍ତେ କାନ୍ଦିବାକୁ ବାଧ୍ୟ ହେବେ।
ତେବେ ଏହି ଭିଡିଓ ଟି ଦେଖିଲେ ସେହି ମୁହୂର୍ତ୍ତକୁ ସମସ୍ତେ ମନେ ପକାଇବେ ନିଶ୍ଚିତ।ଆପଣ ତ ଜାଣିଛନ୍ତି ସମସ୍ତ ଝିଅ ପାଇଁ ଏହା ଏକ ସ୍ବତନ୍ତ୍ର ଏଵଂ ଦୁଃଖଦ ଅନୁଭୂତି ଅଟେ। କିନ୍ତୁ ଏ ହେଉଛି ବାସ୍ତବ ଚିତ୍ର ଯାହା ସମସ୍ତ ଝିଅ ମାନଙ୍କ ଜୀବନରେ ଏକ ନିର୍ଦ୍ଦିଷ୍ଟ ବୟସରେ ଆସିଥାଏ। ଆଉ ଝିଅକୁ ବହାଦେଇ, କନ୍ୟାଦାନ କରି ବାପା ମାଆ ଅନେକ ପୂଣ୍ୟ ଅର୍ଜନ କରନ୍ତି।ଝିଅ ଜନମ ପର ଘରକୁ। ଏକଥା ଆପଣ ମାନେ ସମସ୍ତେ ଜାଣିଛନ୍ତି। ବାପା ମାଆ ତାଙ୍କ ଝିଅକୁ ଯେମିତି ଗେଲ ବସରରେ ବଡ କଲେ ବି ଦିନେ ନା ଦିନେ ଝିଅକୁ ପର ଘରକୁ ବାହା ଦେଇ ପଠାଇବାକୁ ପଡ଼ିଥାଏ।
ଆଉ ବିବାହ କରି ଝିଅ ତାର ବାପା ମାଆ ଙ୍କୁ ଛାଡି ଚାଲିଯାଏ ଆଉ ଏକ ନୂତନ ପରିବାର କୁ। ଯେଉଁଠି ସେ ନୂଆ ସଂସାର ଗଢେ। ଏହାଛଡା ସେଠାରେ ସେ ଜଣେ ବୋହୂ, ସ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଏକ ମାଆ ର ଭୂମିକା ତୁଲାଇଥାଏ। ତେବେ ଏସବୁ ଝିଅ ଜୀବନର ଏକ ପ୍ରକ୍ରିୟା। ଏହାରି ଭିତରେ ସବୁଠାରୁ ଅଧିକ କଷ୍ଟ ଦାୟକ ହୋଇଥାଏ ଯେତେବେଳେ ପ୍ରଥମ ଥର ପାଇଁ ଝିଅ ବିଦା ହୋଇ ବାପ ଘରୁ ତାର ଶାଶୁ ଘରକୁ ଯାଇଥାଏ।ଆଉ ଏହି ସମୟରେ ଝିଅକୁ ଛାଡି ବାପା ମାଆଙ୍କ କୋହ, ଦୁଃଖ ଯେମିତି ଥାଏ ତାହା କହିଲେ ନସରେ।
ଯଦି ଆପଣ ଏହିଭଳି ବାହାଘର ବେଳର ସଙ୍ଗୀତ ସବୁକୁ ଶୁଣିଥିବେ ତେବେ ଜାଣି ପାରିବେ ଏହି ସବୁ ସଙ୍ଗୀତର ଅର୍ଥ ଏବଂ ଭାବ କେତେ ନିଆରା ଏବଂ ଜୀବନ୍ତ ଅଟେ।ଆମ ଓଡ଼ିଆ ଭାଷାରେ ମଧ୍ୟ ଏନେକ ଏପରି ଝିଅ ବିଦା ବେଳର ସଙ୍ଗୀତ ରହିଛି। ସେହିଭଳି ଏଠାରେ ଯେଉଁ ସଙ୍ଗୀତ ସହିତ ଝିଅ ବିଦା ବେଳର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଦୁଃଖିତ କରୁଛି। ଏହା ସହିତ ଏହି ଭିଡିଓ ରେ ଆପଣ କନ୍ୟାର ତାର ଶାଶୁ ଘରେ ଗୃହ ପ୍ରବେଶ ଏବଂ ତା ପରର ସୁନ୍ଦର୍ ଦୃଶ୍ୟ ମଧ୍ୟ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।