ବନ୍ଧୁଗଣ ବର୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତି ଅନେକ ଶାରୀରିକ ସମସ୍ୟାରେ ପୀଡିତ ରହୁଛନ୍ତି, ପେଟ ଜନିତ ସମସ୍ୟା ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପାଖରେ ସର୍ବଦା ଦେଖିବାକୁ ମିଳିଥାଏ |ଏହି ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ଏହି ସମସ୍ୟା କାରଣରୁ ଟେନସନରେ ରହିବା ସହିତ ଭଲରେ ଖିଆ ପିଆ ମଧ୍ୟ କରି ପାରନ୍ତି ନାହିଁ |ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଔଷଧ ସେବନ କରନ୍ତି ମାତ୍ର ତାହା ମୂଳରୁ ଭଲ ହୋଇନଥାଏ |ମୁଁ ଆଜି ଆପଣକୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଏହି ଏସିଡିଟି, ଗ୍ୟାସ ଓ ବଦହଜମିକୁ ମୂଳରୁ ଦୂର କରିଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ପେଟ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-
ଛୋଟ ହରିଡ଼ା,ଉଷମ ପାଣି
ପ୍ରସ୍ତୁତି :-
ଏହି ହୋମ ରିମିଡି ପ୍ରସ୍ତୁତ କରିବା ପାଇଁ ଆପଣ ଅଢେଇଶା ଗ୍ରାମ ହରିଡ଼ା ନିଅନ୍ତୁ, ଏହି ହରିଡ଼ାକୁ ଆପଣ ଭଲରେ ଧୋଇ ଶୁଖାଇ ଦିଅନ୍ତୁ |ଏହି ହରିଡ଼ାକୁ ଆପଣ ସିଧା ସଳଖ ଗୁଣ୍ଡ ପ୍ରସ୍ତୁତ କରିପାରିବେ ନାହିଁ ତେଣୁ ଆପଣ ଏହାକୁ ଗୁଣ୍ଡ କରିବା ପାଇଁ ତାହାକୁ ଗ୍ୟାସରେ ଧିମା ଆଞ୍ଚରେ ଏକରୁ ଦୁଇ ଚାମୋଚ ଦେଶୀ ଗାଇ ଘିଅ ଦେଇ ଚାରିରୁ ପାଞ୍ଚ ମିନିଟ ପ୍ରଯ୍ୟନ୍ତ ଭାଜନ୍ତୁ ଯେପରି ଏହା ପପକନ ପରି ଫୁଲି ଯିବ |ପରେ ଏହାକୁ ବାହାର କରି ଥଣ୍ଡା କରି ଏକ ଗ୍ରାଇଣ୍ଡିଙ୍ଗ ଜାରରେ ଭଲରେ ଫାଇନ ଗୁଣ୍ଡ ପ୍ରସ୍ତୁତ କରନ୍ତୁ |ଏହି ଗୁଣ୍ଡକୁ ଆପଣ ବହୁତ ଦିନ ପ୍ରଯ୍ୟନ୍ତ ସାଇତି କରି ରଖି ପାରିବେ ତାହା ଖରାପ ହେବ ନାହିଁ, ଏହି ହରିଡ଼ା ଗୁଣ୍ଡ ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ଅଟେ |
ବ୍ୟବହାର :-
ଆପଣ ଏହି ହରିଡ଼ା ଗୁଣ୍ଡକୁ ପ୍ରତ୍ୟେକ ଦିନ ରାତିରେ ଖାଇବାର କିଛି ସମୟ ପରେ ଅଧା ଚାମୋଚ ଗୁଣ୍ଡ ନେଇ ପାଟିରେ ପକାଇ ପରେ ଅଧା ଗ୍ଲାସ ଉଷମ ପାଣି ପିଅନ୍ତୁ |ଏହି ଗୁଣ୍ଡକୁ ଆପଣ ସପ୍ତାହରେ ତିନି ଦିନ ଅର୍ଥାତ ଦିନେ ଛାଡି ଦିନେ ବ୍ୟବହାର କରନ୍ତୁ, ଏହି ପରି ଆପଣ କିଛି ଦିନ ଲଗାତାର ଭାବରେ ବ୍ୟବହାର କଲେ ଆପଣଙ୍କ ପେଟ ଜନିତ ସମସ୍ୟା ଦୂର ହୋଇଯିବ |
ଏହା ସହିତ ଅପଣଂକର ଏହି ସମସ୍ୟା ଦୂର କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଚାରିରୁ ପାଞ୍ଚ ଲିଟର ପାଣି ପିଇବା ସହିତ ଅଇଲି ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତୁ |ଆପଣ ପ୍ରତ୍ୟେକ ଦିନ କିଛି କିଛି ଫାଇବାର ଜାତୀୟ ଖାଦ୍ୟ ଖାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ |ଏହିପରି ଯଦି ଆପଣଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣନ୍ତି ତେବେ ଆପଣଙ୍କ ପେଟ ଜନିତ ସମସ୍ୟା ଆଦୁ ରହିବ ନାହିଁ ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।