ବ୍ରେକଫାଷ୍ଟରେ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ ? | Dr. Priya

ବନ୍ଧୁମାନେ ବର୍ତ୍ତମାନ ସମୟରେ ମଣିଷ ପାଖରେ ଅନେକ ରୋଗ ଦେଖା ଗଲାଣି, ତେବେ ଏହାର କାରଣ ହେଉଛି ଆପଣଙ୍କ ବ୍ରେକଫାଷ୍ଟ ।ତେବେ ଖାଦ୍ୟ ଆମ ଶରୀର ପାଇଁ ବହୁତ ଉପଯୋଗୀ କିନ୍ତୁ ଆମ ବ୍ରେକଫାଷ୍ଟ ହେଉଛି ଶରୀର ର ଟ୍ରିଗର ପରି, ତେଣୁ ଏହି ବ୍ରେକଫାଷ୍ଟ ପ୍ରତି ସମସ୍ତେ ଧ୍ୟାନ ଦେବା ଜରୁରୀ ଅଟେ ।ହେଲେ ଏହି ବ୍ରେକଫାଷ୍ଟ ଆଉ କଣ କଣ ଭୂମିକା ରହିଛି ଓ ବ୍ରେକଫାଷ୍ଟ ରେ କଣ ଖାଇବେ,କଣ ଖାଇବେ ନାହିଁ ସେ ବିଷୟରେ ଜାଣିବା ଜରୁରୀ ଅଟେ ।

ବ୍ରେକଫାଷ୍ଟ ର କଣ ଗୁରୁତ୍ୱ…

-ତେବେ ଆପଣ ରାତିରେ ଶୋଇବା ବେଳେ 8 ଘଂଟା ବ୍ରେକ ନେଇ ଯାଉଛନ୍ତି ଆଉ ସକାଳେ ଠିକ ବ୍ରେକଫାଷ୍ଟ ଓ ଠିକ ସମୟରେ ବ୍ରେକଫାଷ୍ଟ ନକଲେ ଅସୁବିଧା ହୁଏ ।ତେବେ ସକାଳେ 8 ଭିତରେ ବ୍ରେକଫାଷ୍ଟ କରିବା ଜରୁରୀ ଅଟେ, ଆଉ ଯଦି 10 ତା କି 11 ଟା ରେ ବ୍ରେକଫାଷ୍ଟ କରୁଛନ୍ତି ତେବେ ସେତେବେଳେ କାର୍ବୋହାଇଡ୍ରେଟ ଶରୀର ଜମା ହେଇ ଫେଟ ତିଆରି କରିଥାଏ ।ଏହା ବ୍ୟତୀତ ଠିକ ବ୍ରେକଫାଷ୍ଟ ହେଉଛି ଆପଣଙ୍କ ଶରୀର କୁ ଉର୍ଜା ଯୋଗାଇ ଥାଏ ।

ବ୍ରେକଫାଷ୍ଟ ରେ କଣ ଖାଇବେ:-

-ତେବେ ପ୍ରତ୍ୟେକ ବ୍ୟକ୍ତି ନି ବ୍ରେକଫାଷ୍ଟ କମ ତେଲ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ଅଟେ ।ତେବେ ଆପଣ ପରିବା ସିଝା, ପୋଡା ଜିନିଷ ଯେପରି ରୁଟି ଖାଇ ପାରିବେ ।ସାଲଡ଼,ବ୍ରେଡ଼ କ୍ଷୀର ଆଦି ନେଇ ପାରିବେ, ତେବେ ବ୍ରେଡ଼ ଆପଣ ବ୍ରାଉନ ବ୍ରେଡ଼ ହିଁ ଖାଇବେ ।

ବ୍ରେକଫାଷ୍ଟ ରେ କଣ ଖାଇବେ ନାହିଁ:-

-ପ୍ରଥମ କଥା ହେଉଛି ଆପଣ ବ୍ରେକଫାଷ୍ଟ ରେ ଚିନି ଓ ତେଲ ଜାତୀୟ ଖାଦ୍ୟ ଖାଇବେ ନାହିଁ,ଏଥିରେ ପ୍ରଚୁର ପରିମାଣ ରେ ଫେଟ ରହିଥାଏ ।

ବେଲେନ୍ସ ଡାଏଟ କଣ:-

-ସମସ୍ତ ବ୍ୟକ୍ତି ନିଜ ଶରୀର ଅନୁସାରେ ଆବଶ୍ୟକ ଭିଟାମିନ, ମିନେରାଲ ଓ ଫେଟ ର ପରିମାଣ ବିଷୟରେ ଜାଣିବା ଦରକାର ।ଏହାପରେ ଆପଣ କୋଉ ଖାଦ୍ୟ ବାହାରୁ କିଣିଲେ ଦେଖିକି ଜାଣି ପାରିବେ କି କଣ ଖାଇବେ କଣ ନାହିଁ ।

କେତେବେଳେ କଣ ଖାଇବେ:-

-ତେବେ ପ୍ରତ୍ୟେକ ଦିନ 3 ଥର ମୂଖ୍ୟତଃ ଖାଇବା ଜରୁରୀ ଅଟେ, ସକାଳେ ବ୍ରେକଫାଷ୍ଟ ଯାହା ଆପଣଙ୍କୁ 8 ଟା ଭିତରେ କରିବାର ଅଛି, ଲଞ୍ଚ ଆପଣଙ୍କ 11 ରୁ 12 ଭିତରେ କରିବାର ଅଛି ଓ ଡିନର ଆପଣଂକୁ ରାତି 8 ରୁ 9 ଭିତରେ କରିବାର ଅଛି ।ଏହା ବ୍ୟତୀତ ଆପଣ ସକାଳେ 9 ରୁ 10 ଭିତରେ କିଛି ହାଲକା ଖାଦ୍ୟ ନରି ପାରିବେ ଯେମିତି ଫଳ ତାପରେ ଉପରଅଳି ବି 4 ରୁ 5 ଭିତରେ ଦଲିଆ ବା ଉପମା ଅଳ୍ପ ଖାଇବେ ।ଆଉ ଶେଷରେ ଆପଣଂକୁ ପାଣି ପିଇବାକୁ ପଡିବ, ତେବେ ଖାଦ୍ୟ ଖାଇବା ର 30 ମିନିଟ ପରେ ଓ ଖାଦ୍ୟ ଖାଇବାର 30 ମିନିଟ ପୂର୍ବରୁ ପାଣି ପିଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment